ବରଗଡ: ବରଗଡ଼ ବିଧାୟକ ବ୍ରହ୍ମ ବିହାର ସ୍ଥିତ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ କଲେ ଯୋଗଦାନ
ବରଗଡ଼ର ବ୍ରହ୍ମ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଓଡ଼ିଆ ବିଭାଗ)ର ୩୫ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅପରାହ୍ନ 2 ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବା ସହ ତାଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଥିଲେ ବିଧାୟକ ।