ଆଜି ପୂର୍ବାହ୍ନ ସାଡେ ୧୧ଟାରେ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଥାନାକୁ ଆଡିଶିନାଲ ଡିଜି ସମେନ୍ଦ୍ର ପ୍ରିୟଦର୍ଶୀ ପରିଦର୍ଶନ କରି ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ସହ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ପୁରୁଣା ଥାନାକୁ ବୁଲି ଦେଖିବା ସହ ନୂତନ ଥାନା ଗୃହ କୁ ବୁଲି ଦେଖିଥିଲେ। ଖୁବ୍ ଶୀଘ୍ର ଥାନାର ନୂତନ ଗୃହ ଉଦଘାଟନ କରାଯିବ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ଡିଏସପି ବିରଞ୍ଚି ନାରାୟଣ ପତି ଉପସ୍ଥିତ ଥିଲେ।