#ଯାଜପୁର_ଜିଲ୍ଲାରେ_ବାଦ_ପଡିବେ_୧_ଲକ୍ଷ_୫ହଜାର_ଭୋଟର
ପ୍ରକାଶ ପାଇଛି ନୂତନ ଚିଠା ଭୋଟର ତାଲିକା। ଏସଆଇଆର ପ୍ରକ୍ରିୟାର ଦ୍ଵିତୀୟ ଶୋପାନ ଅନୁଯାୟୀ ଯାଜପୁର ଜିଲ୍ଲାରେ ବାଦ ପଡିବେ ୧ ଲକ୍ଷ ୫ହଜାର ଭୋଟର। ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହି ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗ ଦେଇ ନୂତନ ଚିଠା ଭୋଟର ତାଲିକା (Voter Draft Electoral Roll ) ପ୍ରକାଶ କରିବା ପରେ ଏ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାର ନିର୍ବାଚନ ପ୍ରକ୍ରିୟା ଓ ସଂଶୋଧନ ସମ୍ପର୍କିତ ବିସ୍ତ୍ରୁତ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ, ନିର୍ବାଚନ ବିଭାଗର ଅଧିକାରୀ ଅଶୋକ କୁମାର ଦେଉରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଆସନ୍ତା ଅଗଷ୍ଟ ୪ ତାରିଖ ସୁଦ୍ଧା ଯେଉଁ ଭୋଟର ମାନଙ୍କ ପ୍ରକାଶିତ ଚିଠା ଭୋଟର ତାଲିକାରୁ ବାଦ ପଡିଥିବେ ସେମାନେ ସମ୍ପୃକ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରିବେ। ସେଥିପାଇଁ ଜିଲ୍ଲାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଆସନ୍ତା ସେପ୍ଟେମ୍ବର ୬ର ତାରିଖ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
#lntvnetwork #ଯାଜପୁର #JajpurNews #jajpurkhabar #Aeiodisha