ଲହଣ୍ଡାରେ ବ୍ଲକସ୍ତରୀୟ କବାଡି ଚୟନ ଶିବିର ଅନୁଷ୍ଠିତ
ଅତାବିରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଲହଣ୍ଡା ପରିସରରେ ୧୪ ରୁ ୧୭ ବର୍ଷ ବୟସର ବାଳକ ଓ ବାଳିକାମାନଙ୍କ ପାଇଁ ବ୍ଲକସ୍ତରୀୟ କବାଡି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଚୟନ ଶିବିରରେ ଅତାବିରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ। କବାଡି ଖେଳରେ ଉତ୍ସାହର ସହ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପରବର୍ତ୍ତୀ ସ୍ତରରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଛି।
ଚୟନ ଶିବିର ଅବସରରେ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ଓ ଆୟୋଜକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି କ୍ରୀଡ଼ା ଆୟୋଜନ ମାଧ୍ୟମରେ ବିଦ୍ୟାଳୟସ୍ତରରୁ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ସହ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି