ଆଜି ସୁନ୍ଦରଗଡ଼ ଜିଲ୍ଲାର କିରେଇ ସ୍ଥିତ SHREE HARI SPINNERS (P) LTD. ପରିଦର୍ଶନ କରି ଶିଳ୍ପାନୁଷ୍ଠାନର କାର୍ଯ୍ୟପ୍ରଣାଳୀ, ଉତ୍ପାଦନ ଓ ବିକାଶମୂଳକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହେଲି। କମ୍ପାନୀ ପକ୍ଷରୁ କଟନ୍ ସହ ବିଭିନ୍ନ ପ୍ରକାରର ଗୁଣାତ୍ମକ ସୂତା ଉତ୍ପାଦନ କରାଯାଉଛି। ଏହା ସହ ଏହି ମିଲ୍ ର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ମଧ୍ୟ ବିଶେଷ ଆଲୋଚନା ହୋଇଛି ।
ସୁନ୍ଦରଗଡ଼ରେ ଶିଳ୍ପାୟନକୁ ଆହୁରି ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ଅଧିକ ରୋଜଗାର ଓ ଆତ୍ମନିର୍ଭରତାର ସୁଯୋଗ ସୃଷ୍ଟି କରିବା ଆମର ପ୍ରାଥମିକତା। ଜିଲ୍ଲାର ଶିଳ୍ପ, ଅର୍ଥନୀତି ଓ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ମୋଦି ସରକାର ସର୍ବଦା ପ୍ରତିଶ୍ରୁତି ବଦ୍ଧ - ଜୁଏଲ ଓରାମ
Raurkela M, Sundargarh | Aug 25, 2026