ଓରିଏଣ୍ଟ: ମହିମାଛକ ନିକଟରେ ଭାରୀଯାନ ଧକ୍କା ଯୋଗୁଁ ଛିଣ୍ଡିଲା ୧୧ କେଭି ବିଦ୍ୟୁତ କେବୁଲ ତାର
ଜାତୀୟ ରାଜପଥ ୪୯ ଝାରସୁଗୁଡା ବେଲପାହାଡ ରାସ୍ତା ମହିମାଛକ ନିକଟରେ ଭାରୀଯାନ ଧକ୍କା ଯୋଗୁଁ ଛିଣ୍ଡିଲା ୧୧ କେଭି ବିଦ୍ୟୁତ କେବୁଲ ତାର l ଆଜି ରାତି ପ୍ରାୟ ୯ ଟାରେ ଜାତିୟ ରାଜପଥ ୪୯ ଦେଇ ଆସୁଥିବା ଏହି ଭାରୀଯାନ ବେପରୁଆ ଚାଳନା ଯୋଗୁଁ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା l ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟରେ ଆରମ୍ଭ କରିଥିବାବେଳେ ଚାଳକ ଗାତି ଛାଡି ଫେରାର ହୋଇଛି l