#ଛାତ୍ରଛାତ୍ରୀ_ଙ୍କୁ_ଅସଦାଚରଣ
#ଗିରଫ_ହେଲେ_୩_ଅଭିଯୁକ୍ତ
ନାବାଳକ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ମାରପିଟ, ଅସଦାଚରଣ ଏବଂ ଛାତ୍ରୀଙ୍କ ସହ ଅଶୋଭନୀୟ ବ୍ୟବହାର ଅଭିଯୋଗ। ଘଟଣାର ଭିଡିଓ ଭାଇରାଲ ପରେ ପୁଲିସର କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଏପର୍ଯ୍ୟନ୍ତ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।
ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟାରେ ଦୁଇ ନାବାଳକ ଛାତ୍ରଛାତ୍ରୀ ବିହାର ଜମୁଇ ନିକଟର କୋଚିଂରୁ ଘରକୁ ଫେରୁଥିବା ସମୟରେ କିଛି ଯୁବକ ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ। ଭାଇରାଲ ଭିଡିଓରେ ଛାତ୍ରଙ୍କୁ ମାରପିଟ କରାଯାଉଥିବା ଏବଂ ଛାତ୍ରୀଙ୍କୁ ଧରି ନେବାକୁ ଚେଷ୍ଟା କରାଯାଉଥିବା ଦୃଶ୍ୟ ଥିବା ଜଣାପଡ଼ିଛି।
ଘଟଣାକୁ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଥିଳେଶ କୁମାର, ପ୍ରମୋଦ କୁମାର ଏବଂ ଗୋଲୁ କୁମାରଙ୍କୁ ପୁଲିସ ଗିରଫ କରିଥିବା ରିପୋର୍ଟ ହୋଇଛି।
ଏହି ମାମଲାରେ ମୋଟ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ, ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି।
ଘଟଣାର ଭିଡିଓ ଭାଇରାଲ ପରେ ତ୍ୱରିତ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
#biharnews #pabitranews #latastnewsupdate #pabitranewsodishalive #viralpost #viralphoto #viralpost #latastnewsupdate