ଅନୁଗୋଳ ସଦର ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମରେ ଘଟିଛି ଏକ ଅଘଟଣ। କୂଅ ରେ ପଡି ଜଣ ଙ୍କର ମୃତ୍ୟୁ ଘଟିଛି। ମୃତ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମର କରୁଣାକର ସାହୁ ଙ୍କ ପୁଅ ସୁନୀଲ ସାହୁ (୪୫) ବୋଲି ଜଣା ପଡିଛି। ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ ଜାମୁନାଳି ଗ୍ରାମର କରୁଣାକର ସାହୁ ଙ୍କ ପୁଅ ସୁନୀଲ ସାହୁ କୌଣସି କାମ ରେ ଯାଉଥିବା ବେଳେ ରାସ୍ତା କଡ ରେ ଥିବା ଏକ କୂଅ ରେ ଅସାବଧାନତା ଖସି ପଡ଼ି ଥିଲେ। ନିକଟରେ ଥିବା କିଛି ଲୋକ ଦେଖି କୂଅ ଭିତରୁ ସୁନୀଲ ଙ୍କୁ ଉଦ୍ଧାର ଏକ କାର୍ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସାଳୟ ରେ ସୁନ