ପରଜଙ୍ଗ: ଢେଙ୍କାନାଳ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିରରୁ ମିଳିଲା ଅଷ୍ଟମ ଶତାବ୍ଦୀର ପ୍ରାଚୀନ ବୀରଶିଳା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପରିସରରୁ ଚିହ୍ନଟ ହେଲା ଅଷ୍ଟମ ଶତାବ୍ଦୀର ପ୍ରାଚୀନ ବୀରଶିଳା। ସୁଲକୀ ଶାସନ କାଳର ଏହି ଶିଳାଖଣ୍ଡ ସହ ଆଉ ଏକ ଆୟତାକାର ଶିଳା ମଧ୍ୟ ମିଳିଛି। ଗବେଷକମାନେ ଏହାକୁ ଅଞ୍ଚଳର ସବୁଠାରୁ ପୁରୁଣା ବୀରଶିଳା ବୋଲି ମତ ଦେଇଛନ୍ତି।