ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଡାଳସିହା ମାର୍ଥାପୁର ଖଣ୍ଡୋଉଣୀ ପୀଠ ଠାରେ ସ୍ୱଦେଶୀ ଜାଗରଣ ମଞ୍ଚ ଜିଲ୍ଲା ସମିତି ବୈଠକ ଆଜି ତା ୧୩।୧୨।୨୫ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ସ୍ୱଦେଶୀ ବିଭାଗ ସଂଯୋଜକ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଭାରତୀୟ କିସାନ ସଂଘ ରାଜ୍ୟ ସଂଯୋଜକ ନକୁଳ ରାଉତ ଯୋଗଦେଇଥିଲେ। ଉପଦେଷ୍ଟା ମଙ୍ଗୁଳି ଚରଣ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସ୍ୱଦେଶୀ ଜାଗରଣ ମଞ୍ଚ ଗଁଦିଆ ବ୍ଳକ ସଭାପତି ବିପିନ ସିଂ ପ୍ରମୁଖ ଯୋଗଦେଇଥିଲେ।