ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଞ୍ଚାୟତ ରେଙ୍ଗାଲି ଗାଁ ର ସୁନ୍ଦରମଣି ନନ୍ଦଙ୍କ ଏକ ମାତ୍ର କନ୍ୟା ୧୮ ମାସରୁ ଉର୍ଦ୍ଧ୍ୱ ହେବ ଚାକିରୀ କରିବା ପାଇଁ ତାଙ୍କ ଗାଁ ପାଖର ଗୋଟିଏ ଝିଅ ସହିତ ଢେଙ୍କାନାଳ ଆସିଥିଲା। ଢେଙ୍କାନାଳରେ ସନସାଇନ୍ ଏସୋସିଏଟ ନାମକ ସଂସ୍ଥାରେ କାମ କରୁଥିବା ସେ ଘରକୁ ଜଣାଇଥିଲେ। ଏବେ ତାଲିମ ଚାଲିଛି, ତାଲିମ ପରେ ଦରମା ମିଳିବ। ତାଲିମ ପାଇଁ ୧୭,୦୦୦ ଟଙ୍କା ଆବଶ୍ୟକ ଯାହା ଯମା କଲେ ସଂସ୍ଥା ତାଲିମ ସହିତ ଏକ ଟ୍ରେନିଂ କିଟ ଦେଉଛି ବୋଲି ସେ ଘରକୁ ଜଣାଇଥିଲେ। ଝିଅକୁ ଟଙ୍କା ଦେବାପାଇଁ ସୁନ୍ଦରମଣି ଗ୍ରୁପରୁ ସୂଧକୁ ଆଣି ଟଙ୍କା ଦେଇଥିଲେ। ଢେଙ୍କାନାଳରେ ରହିବାର ଦେଢ଼ ବର୍ଷ ଉପରେ ହୋଇଥିଲେ ହେଁ ଝିଅ ନିଜ ଘରକୁ କେବେ ଯାଇ ନାହିଁ। ଗରିବ ଓ ଦଳିତ ଶ୍ରେଣୀର ହୋଇଥିବାରୁ ନିଜସ୍ୱ ଫୋନ ଟିଏ ନାହିଁ। ପ୍ରଥମେ ପ୍ରଥମେ ଘରକୁ ଅନ୍ୟ ସାଥି ମାନଙ୍କ ଫୋନରୁ ଯୋଗାଯୋଗ କରୁଥିବା ବେଳେ ପ୍ରାୟ ୬ ମାସ ହେଲା ଘରକୁ ଫୋନ କରୁ ନଥିଲା ବା ଘରୁ ଫୋନ କରିଲେ ଉଠାଉ ନଥିବାରୁ ପରିବାର ଲୋକ ଚିନ୍ତାରେ ଥିଲେ । ପରିବାର ଲୋକ କହିବା ଅନୁସାରେ ବାରମ୍ବାର ଗତ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ୭୦ ହଜାର ଟଙ୍କା ଝିଅକୁ ପଠାଇଛନ୍ତି ବାପା କିନ୍ତୁ ଝିଅ ଘରକୁ ଟଙ୍କାଟିଏ ପଠାଇ ନାହିଁ। ଝିଅ କାମ କରୁଥିବା ସନସାଇନ୍ ଆସୋସିଏଟ ସଂସ୍ଥାରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଗରିବ ଦଳିତ ଆଦିବାସୀ ଝିଅ ଓ ପୁଅ କାମ କରୁଛନ୍ତି। ଜଣକୁ ଆଣି ଦେଲେ ଅନ୍ୟ ଜଣେ ଘରକୁ ଯିବା ଆଇନରେ ଏହି ସଂସ୍ଥା। ସେମାନଙ୍କୁ ଘରକୁ ଯିବାକୁ ଦିଆଯାଉ ନାହିଁ। ଗୋଟିଏ ବୋଲି ଝିଅକୁ ମାଆ ଦେଖି ନପାରି ଅତ୍ୟନ୍ତ ଦୁଃଖ ଏବଂ ମର୍ମାହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଉପାୟ ନପାଇ ସୁନ୍ଦରମଣି ୧୦ କିମି ପାଦରେ ଚାଲି ଆମ୍ ଆଦମୀ ପାର୍ଟି ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ସହିତ ସାକ୍ଷାତ କରି ତାଙ୍କର ସମସ୍ୟା ବିଷୟରେ କହିଥିଲେ। ଶ୍ରୀ ପାଣ୍ଡେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଙ୍କଜ ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ । ଶେଷରେ ଆପ୍ ର ଏକ ପ୍ରତିନିଧି ଦଳ ଢେଙ୍କାନାଳସ୍ଥ ଆନନ୍ଦନଗର ଠାରେ ଝିଅ ରହୁଥିବା ଥିବା ଘର ଠାବ କରିଥିଲେ। ସେଠାରେ ପହଂଚି ଖୋଳତାଡ କରିଥିଲେ ଏବଂ ସେ ଝିଅ ସହିତ ତାଙ୍କ ବାପାଙ୍କୁ କଥାବାର୍ତ୍ତା କରାଇଥିଲେ। ସେହି ହଷ୍ଟେଲରେ ବଲାଙ୍ଗୀରର ପ୍ରାୟ ୨୫ ଜଣ ଝିଅ ରହୁଛନ୍ତି। ସେମାନଙ୍କ ନିଯୁକ୍ତି, ଦରମା, ଏବଂ ଚାକିରୀ ସମ୍ପର୍କରେ ପଚାରିବାରୁ ସେମାନେ କିଛି ଠୋସ ଉତ୍ତର ଦେଇପାରୁନାହାନ୍ତି। କିନ୍ତୁ କିଛି ଦିନ ଭିତରେ ସେ ଝିଅ ଘରକୁ ଯିବ ବୋଲି ପ୍ରତିସୃତି ଦେଇଥିଲା। ଜିଲ୍ଲାରେ ଏହିପରି ହଜାର ହଜାର ସଂଖ୍ୟାରେ ଯୁବକଯୁବତୀ ସକାଳୁ ସକାଳୁ ଡ଼ାଇରୀ ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡିରେ ବୁଲୁଛନ୍ତି। ସ୍ଥାନୀୟ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉପୁଜୁଛି। ଏହି ପିଲାମାନଙ୍କର ଏବଂ ଏପରି ସ
Dhenkanal Sadar, Dhenkanal | Sep 21, 2026