ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିକଟରେ ଆଦିବାସୀ ସାରହୁଲ କମିଟି ସମ୍ବଲପୁର ପକ୍ଷରୁ ବୈଠକ ଅନୁଷ୍ଠିତ
ଆଜି ରାତିରେ ଅଇଁଠାପାଲି ସ୍ଥିତ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିକଟରେ ଆଦିବାସୀ ସାରହୁଲ କମିଟି ସମ୍ବଲପୁର ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାରହୁଲ କମିଟି ସମ୍ବଲପୁର ପକ୍ଷରୁ ସବୁ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ ବିଶେଷକରି ଆସନ୍ତା ୨୭ ଏପ୍ରିଲ ରବିବାର ସମ୍ବଲପୁର ମହାନଗର ନିଗମର ସିଂହପାଲିର ଖେଳ ପଡ଼ିଆରେ ଆଦିବାସୀ ସାରହୁଲ କମିଟି ସମ୍ବଲପୁର ପକ୍ଷରୁ ସାରହୁଲ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜିର ବୈଠକରେ ଏନେଇ ଅଧିକ ଆଲୋଚନା କରାଯାଇଥିଲା।