ବଡସାହି: ବେତନଟୀ ହାଟଛକରେ ଚଢାଉକରି ଚୋରା ବିଦେଶି ମଦ ଜବତ ସମେତ ମାମଲା ରୁଜୁକରି ଜଣକୁ ଗିରଫ କଲା ଅବକାରୀ ବିଭାଗ
ଦଶହରା ମେଳାକୁ ଦୃଷ୍ଟିରେ ରଖି ବେତନଟୀ ଅବକାରୀ ଥାନା ପକ୍ଷରୁ ଶନିବାର ରାତି ୯ଟାରେ ହାଟଛକରେ ଚଢ଼ାଉ କରାଯାଇ ଚୋରା ବିଦେଶିମଦ ଜବତ ସମେତ ଜଣକୁ ଗିରଫ କରାଯାଇଛି l ସୂଚନା ମୁତାବକ ଦଶହରା ମେଳାରେ ହଜାର ହଜାର ଲୋକଙ୍କୁ ସମାଗମରେ ସମଗ୍ର ବେତନଟୀ ଲୋକାରଣ୍ୟ ହୋଇପଡିଥିବା ବେଳେ ହାଟଛକରେ ଚୋରାମଦ କାରବାର ଚାଲିଥିବାର ଖବରପାଇ ଅବକାରୀ ବିଭାଗ ପକ୍ଷରୁ ଶନିବାର ରାତି ଚଢ଼ାଉ କରାଯାଇ ୭ଲିଟରରୁ ଉର୍ଦ୍ଧ୍ୱ ବିଦେଶିମଦ ଜବତ କରାଯାଇଥିଲା l