ପଞ୍ଚାୟତ ସମିତି ବୈଠକରେ କୋରାପୁଟ ବିଧାୟକଙ୍କୁ ବିରୋଧ, ଅଧାରୁ ସଭା ଛାଡ଼ିଲେ ସମିତି ଓ ସରପଞ୍ଚ।କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ପଞ୍ଚାୟତ ସମିତି ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ବିରୋଧ କରାଯାଇଛି। ବୈଠକରେ ବିଧାୟକଙ୍କ ସମେତ ବିଡିଓ, ସମିତି ସଭ୍ୟ ଓ ସରପଞ୍ଚମାନେ ଉପସ୍ଥିତ ଥିଲେ। ବିଧାୟକଙ୍କ କାର୍ଯ୍ୟଶୈଳୀକୁ ନେଇ କିଛି ସମିତି ସଭ୍ୟ ଓ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିରୋଧ କରି ବୈଠକ ଅଧାରୁ ସଭାସ୍ଥଳ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ଅଭିଯୋଗ ଅନୁସାରେ, ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମରେ ବିଧାୟକ ହସ୍ତକ୍ଷେପ କରି ନିଜ ଦଳୀୟ ଲୋକଙ୍କୁ କାମ ଦେଉଛନ୍ତି।