କଟକ ମଙ୍ଗଳାବାଗ ପୋଲିସକୁ ବଡ଼ ସଫଳତା! ATM କାର୍ଡ ବଦଳାଇ ୪୦ ହଜାର ଟଙ୍କା ଠକେଇ, ୨ ଅଭିଯୁକ୍ତ ଗିରଫ।
କଟକ ନୂଆପାଟଣାସ୍ଥିତ SBI ATMରେ କାର୍ଡ ବଦଳାଇ ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଠକେଇ ଘଟଣାରେ ମଙ୍ଗଳାବାଗ ଥାନା ପୋଲିସକୁ ସଫଳତା ମିଳିଛି। ଟେକ୍ନିକାଲ୍ ସର୍ଭିଲାନ୍ସ ଓ CCTV ଫୁଟେଜ୍ ଯାଞ୍ଚ ଆଧାରରେ ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ, ଗତ ନଭେମ୍ବର ୩ ତାରିଖ ସକାଳେ ଅଭିଯୋଗକାରୀ ନୂଆପାଟଣା SBI ATMକୁ ଟଙ୍କା ଉଠାଇବାକୁ ଯାଇଥିଲେ। ଏହି ସମୟରେ ପଛରେ ଥିବା ଜଣେ ଅଜଣା ବ୍ୟକ୍ତି ସହଯୋଗ କରିବା ବାହାନାରେ ତାଙ୍କ ATM କାର୍ଡ ଓ PIN ନେଇ କୌଶଳକ୍ରମେ ଅସଲି କାର୍ଡ ବଦଳରେ ଅନ୍ୟ ଏକ କାର୍ଡ ଫେରାଇ ଦେଇଥିଲା।
ପରେ କନିକା ଛକ ATMରୁ ୪ ଥରରେ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୪୦ ହଜାର ଟଙ୍କା ଉଠାଇ ନିଆଯାଇଥିବା ଜଣାପଡ଼ିଥିଲା।
ଅଭିଯୋଗ ପରେ ପୋଲିସ ନୂଆପାଟଣା ଓ କନିକା ଛକ ATMର CCTV ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କ ଗତିବିଧି ଟ୍ରାକ୍ କରିଥିଲା। ଶେଷରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ।
ସତର୍କ ରୁହନ୍ତୁ: ATMରେ ଟଙ୍କା ଉଠାଇବା ସମୟରେ ଅଜଣା ବ୍ୟକ୍ତିଙ୍କୁ ନିଜ କାର୍ଡ କିମ୍ବା PIN ଦିଅନ୍ତୁ ନାହିଁ।
#CuttackPolice #ATMFraud #MangalabagPolice #CuttackNews #OdishacityNews