କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ଆସନ୍ତା ରଥଯାତ୍ରାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ କୋରାପୁଟ ସ୍ଥିତ ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଏସପି ରୋହିତ ବର୍ମା, ଅତିରିକ୍ତ ଜ଼ିଲ୍ଲାପାଳ ତପନ କୁମାର ନାୟକ, ନରେନ୍ଦ୍ର ଶବର, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ଙ୍କ ସମେତ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ମନ୍ଦିର ପ୍ରଶାସନ ଓ କୋରାପୁଟବାସୀ ଉପସ୍ଥିତ ଥିଲେ। ମନ୍ଦିର ସମ୍ପାଦକ ଭବାନୀ ଆଚାର୍ଯ୍ୟ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କିତ ବିବରଣୀ ପାଠ କରିଥିଲେ