ପୁରୀ ମ୍ୟୁନିସିପାଲଟି: ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଷ୍ଟେସନ ଛକ ନିକଟରୁ କୁମ୍ଭାର ପଡା ଥାନା ଦ୍ୱାରା ଜଣେ ଗିରଫ
Puri M, Puri | Aug 7, 2025 କୁମ୍ଭାରପଡ଼ା ଥାନାର ଏଏସଆଇ ଅଜିତ ବିଶ୍ୱାଳ ଏବଂ ସ୍ପେଶାଲ ସ୍କ୍ବାଡ୍ (ପୁରୀ) ସହିତ ସନ୍ଧ୍ୟା ପାଟ୍ରୋଲିଂ କରୁଥିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ପାଖରେ ଦୁଇଟି ବେଆଇନ ବନ୍ଧୁକ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ। ପରେ, ପୁରୀର ରେଳ ଷ୍ଟେସନ ନିକଟ ଗରୁଡ଼ ଛକରେ ତାଙ୍କୁ ପିଛା କରି ତାଙ୍କ ନିକଟରୁ ଗୋଟିଏ ପିସ୍ତଲ ଏବଂ ଗୋଟିଏ ରିଭଲଭର ଜବତ କରିବାରେ ସଫଳ ହୋଇଥିଲେ। ଆଜି ଅପରାହ୍ନ 5ସମୟରେ କୁମ୍ଭାରପଡା ଥାନା ପକ୍ଷରୁ ସୂଚନା ଦିଆଯାଇଛି l