ସୁନ୍ଦରଗଡ ସହର: ପାଣି ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭିଡ଼ିଓ ହେଲା ଭାଇରାଲ୍
ଆଜି ଜୁଲାଇ 6 ତାରିଖ ଅପରାହ୍ନ 1ଟା ସମୟରେ ସୋସିଆଲ ମିଡିଆରେ ଏହି ଅଭାବନୀୟ ଦୃଶ୍ୟ ମୋବାଇଲ ରୁ ମୋବାଇଲ କୁ ଭାଇରାଲ୍ ହେବାରେ ଲାଗିଛି। ତେବେ ଏ ଦୃଶ୍ୟ ଗତ କାଲି ରାତି 10:45 ସମୟର ବୋଲି ଜଣା ପଡ଼ିଛି। ଆଜି ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଯଥା ପୂର୍ବମ ତଥା ପରମ୍। ତେବେ ଏହି ଅବସ୍ଥା ଆଜି ବା କାଲିର ନୁହେଁ। ଯେତେବେଳ ବି ଅଧିକ ବର୍ଷା ହେଉଛି ସେତେ ବେଳେ ଏହି ପରି ଅଭାବନୀୟ ଘଟଣା ଲୋକ ଲୋଚନକୁ ଆସୁଛି। ବର୍ଷ ବର୍ଷ ଧରି ଏହି ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ପ୍ରଶାସନିକ ଉଦାସୀନତା ଓ ଇଚ୍ଛା ଶକ୍ତିର ଅଭାବ ଏହାର ପ୍ରମୁଖ କାରଣ ହୋଇଛି । ତେବେ ଆଜି ବା ଗତ କାଲିର