ସମ୍ବଲପୁର ମ୍ୟୁନିସିପାଲଟି: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର ଶେଷ ହେବାପରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ରଖିଲେ ନିଜ ପ୍ରତିକ୍ରିୟା
ଆଜି ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରେ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥୂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସବୁ ବରିଷ୍ଠ ମନ୍ତ୍ରୀ ତଥା ସଚିବ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ବର୍ତ୍ତମାନ ଲୋକଙ୍କ ସରକାର ରାଜ୍ୟରେ ଥିବାବେଳେ ସରକାର ଲୋକଙ୍କ ପାଖକୁ ଆସି ସବୁ ସମସ୍ୟାର ସମାଧାନ କରିବା। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପ୍ରତିକ୍ରିୟା ରଖିଥିଲେ।