ସମ୍ବଲପୁର ମ୍ୟୁନିସିପାଲଟି: ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ପକ୍ଷରୁ ମହାନଗର ନିଗମ ଅଫିସରେ ଦାବିପତ୍ର ପ୍ରଦାନ, ଜୋନାଲ ସମ୍ପାଦକଙ୍କ ପ୍ରତିକ୍ରିୟା
ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ସମ୍ବଲପୁର ଯୋନାଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାପରେ ଆଜି ଯୋନାଲ ସମ୍ପାଦକ ସଦାଶିବ ବିଶୋଇ ମହାନଗର ନିଗମ କାର୍ଯ୍ୟାଳୟ ଠାରେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି ଯେ ଜନସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଠିକା ତଥା ଡିଏଲ୍ଆର କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ସମେତ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରାଯାଇଛି। ଏନେଇ ଶ୍ରୀଯୁକ୍ତ ବିଶୋଇ ନିଜ ପ୍ରତିକ୍ରିୟା ରଖିଥିଲେ।