ଅତ୍ୟଧିକ ଲେସ୍ରେ ଟେଣ୍ଡରକୁ ବିରୋଧ
ଏମ୍ଭି-୭୯ରେ ଠିକାଦାରଙ୍କ ମେଳି, ମାନକୁ ନେଇ ଉଠିଲା ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡରରେ ଅତ୍ୟଧିକ କମ୍ ଦର (ଲେସ୍) ଦାଖଲକୁ ନେଇ ଠିକାଦାର ମହଲରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ରବିବାର ଏମ୍ଭି-୭୯ଠାରେ ବିଭିନ୍ନ ଅଞ୍ଚଳର ଠିକାଦାରମାନେ ଏକାଠି ହୋଇ ଆଲୋଚନା କରିଥିଲେ। ଅତ୍ୟଧିକ କମ୍ ଦରରେ କାମ ନେଲେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ନିର୍ମାଣ କାମ ସମ୍ଭବ କି ନାହିଁ, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।