🚨 ୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ, ୩ ଅଭିଯୁକ୍ତ ଗିରଫ
କୋଟପାଡ଼: ଅଗଷ୍ଟ ୧୪ ତାରିଖରେ କୋଟପାଡ଼ ଥାନା ଅନ୍ତର୍ଗତ ଷଡ଼ରଙ୍ଗାର ଜାମୁଗୁଡ଼ା ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପର୍ଦାଫାସ କରିଛି କୋଟପାଡ଼ ପୋଲିସ।
ଜାମୁଗୁଡ଼ା ଗ୍ରାମର ସମାରୁ ପୂଜାରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି।
ଘଟଣାସ୍ଥଳରୁ ରକ୍ତଲଗା ଛୁରୀ ସହ ୨ଟି ବାଇକ୍ ଜବତ କରାଯାଇଛି। ଏନେଇ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା।
📍 ଅଗଷ୍ଟ ୧୪ର ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ପୋଲିସର ତଦନ୍ତରେ ପର୍ଦାଫାସ।
#Kotpad #Koraput #CrimeNews #MurderCase #Police #OdishaNews #KoraputNews #CrimeUpdate #KotpadPolice
Koraput Town, Koraput | Aug 17, 2026