#ବିଜୁ_ଜନତା_ଦଳର_ରାଜ୍ୟ_ଉପସଭାପତି_ପ୍ରଣବ_ପ୍ରକାଶଙ୍କ_ଜନ୍ମଦିନରେ_ଦୀପଦାନ ଓ ରକ୍ତ ଦାନ ଶିବିର ।
ଆଜି ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ୫୪ତମ ଜନ୍ମଦିନ। ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ଯାଜପୁର ପୌରପାଳିକା ର ପୌରାଧକ୍ଷା ରଞ୍ଜୁଲତା ହୋତାଙ୍କ ନେତୃତ୍ୱରେ ପୌରଉପାଧକ୍ଷ ସନ୍ତୋଷ ମଲ୍ଲିକ, ବିଜେଡି ବଳଭଦ୍ର ଦାସଙ୍କ ସମେତ ସମସ୍ତ କାଉନସିଲର ଉପସ୍ଥିତ ରହି ଦୀପଦାନ କରିଥିଲେ। ପରେ ସମସ୍ତ ପାରିଷଦଙ୍କ ସହ ଯୁବ ବିଜେଡିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ପରେ ଗରିଆପୁରସ୍ଥିତ ଶାନ୍ତି ମଣ୍ଡପରେ ବ୍ଲକରେ ଏକ ସ୍ଵେଚାକୃତ ରକ୍ତଦନ ଶିବିର ଆୟୋଜନ ହୋଇଥିଲା । ନଗର ସଭାପତି ମନୋଜ ସାହୁ ଙ୍କ ନେତୃତ୍ବରେ ଆୟୋଜିତ ଏହି ଶିବିର ରେ ଯାଜପୁର ବିଧୟିକା ସୁଜାତା ସାହୁ, ଯାଜପୁର ପୌରାଧକ୍ଷାଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ବହୁ ନେତୃମଣ୍ଡଳି ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉଶ୍ଚାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂବିତ ନାୟକ, ଶିବାନନ୍ଦ ଦାସଙ୍କ ସମେତ ଯୁବ ଓ ଛାତ୍ର ବିଜେଡିର କର୍ମକର୍ତା ମାନେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଧାୟକଙ୍କ ଦୀର୍ଘାୟୁ କାମନା କରିଥିଲେ।
#lntvnetwork #JajpurNews #jajpurkhabar #Aeiodisha