କଣ୍ଟାବାଞ୍ଜି: ୩୦ ବର୍ଷ ସେବା ପରେ ବି ମିଳିଲାନି ଅବସରକାଳୀନ ସୁବିଧା, ଦାବି କଲେ ସ୍ଥାନୀୟ ବାସିନ୍ଦା
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଶ୍ରୀରାମ ଆଶ୍ରମ ବିଦ୍ୟାଳୟର କର୍ମଚାରୀ ସଦାନନ୍ଦ ବେହେରା ୩୦ ବର୍ଷ ଚାକିରି ପରେ ବି ନିୟମିତ ନହେବାରୁ ଅବସରକାଳୀନ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ତାଙ୍କୁ ନ୍ୟାଯ୍ୟ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।