ଝାରସୁଗୁଡା: ବେହେରାଗୁଡ଼ାରେ ଲଖନପୁର ଲୋକ ମହୋତ୍ସବ ତିହାର ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ସ୍ତରରେ କଳାକାର ମାନଙ୍କୁ ନେଇ ଏକ ବୈଠକ
ଝାରସୁଗୁଡା ଜିଲ୍ଲା ବେହେରାଗୁଡ଼ାରେ ଲଖନପୁର ଲୋକ ମହୋତ୍ସବ ତିହାର ଆନୁକୁଲ୍ୟରେ ପଶ୍ଚିମ ଓଡ଼ିଶା ସ୍ତରରେ କଳାକାର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ତିହାର ମହୋତ୍ସବ ସଭାପତି ପିତାମ୍ବର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି l ସଭା ଆରମ୍ଭରେ ଭାରତମାତା ଏବଂ ପଶ୍ଚିମ ଓଡ଼ିଶା ର ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ସଭାରେ ସମସ୍ତ ଉପସ୍ଥିତ କଳାକାର ମାନେ ନିଜ ନିଜର ବକ୍ତବ୍ୟ ରେ କଳା ଓ ସଂସ୍କୃତି ସୁବିଧା ଅସୁବିଧା ପ୍ରକାଶ କରିବା ସହିତ ଆଗାମୀ ଲଖନ