ଏ ଆଇ କ୍ୟାମେରା ଟାୱାର ମାଧ୍ୟମରେ ହାତୀ ଗମନାଗମନ ସଂପର୍କରେ ଆଗୁଆ ସୂଚନା ମିଳି ପାରୁଛି। ରାଉରକେଲା ଦେଇ ହାୱଡା – ମୁମ୍ବାଇ ରେଳ ଲାଇନ୍ ଯାଇଛି। ଏହି ଲାଇନ୍ ଦେଇ ହାତୀ ଦଳ ଅନ୍ୟ ଜଙ୍ଗଲ କୁ ପାର ହୋଇ ଥାଆନ୍ତି। ଏବେ ଦୁଇଟି ଏ ଆଇ କ୍ୟାମେରା ପଏଣ୍ଟ କରା ଯାଇଥିବାରୁ ହାତୀଙ୍କୁ ସୁରକ୍ଷା ଦିଆ ଯିବାର ଏହା ବେଶ ସହାୟକ ହୋଇଥିବା ନେଇ ବୁଧବାର ମଧ୍ୟାହ୍ନରେ ରାଉରକେଲା ଡିଏଫଓ ଜସବନ୍ତ୍ ସେଠି କହିଛନ୍ତି।