ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ପଞ୍ଚମୁଖୀ ଛକ ମାଁ କନକ ଦୁର୍ଗା ମନ୍ଦିର ଠାରେ ହିନ୍ଦୁ ଯୁବ ମୋର୍ଚା ତରଫ ରୁ ସଶସ୍ତ୍ର ପୂଜନ ଆଜି ମାଁ ଦୁର୍ଗା ଙ୍କ ପାଖରେ ଆୟୋଜିତ ହୋଇଯାଇଛି ।ଭିକୁ ନାଏକ,ସୌରଭ କର,ମଣ୍ଟୁ ରାୟ ଙ୍କ ତତ୍ତ୍ୱବଧାନରେ ହୋଇଥିବା କାର୍ଯ୍ୟକ୍ରମରେ, କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ରେ ଥିବା ମାଁ ଦୁର୍ଗାଙ୍କ ମନ୍ଦିର ରେ ସଶସ୍ତ୍ର ପୂଜା କରି ଶପଥ ପାଠ କରିବା ସହିତ ସହର ପରୀକ୍ରମା କରିଥିଲେ।ହିନ୍ଦୁ ଧର୍ମ ର ମଠ,ମନ୍ଦିର ଗୌମାତା,ରାଷ୍ଟ୍ର ରକ୍ଷା ପାଇଁ ସମସ୍ତ ହିନ୍ଦୁ ଯୁବମୋର୍ଚ୍ଚା ର ସଦସ୍ୟ ମାନେ ପ୍ରତିଜ୍ଞା ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ। ଏଥିରେ ମଣ୍ଟୁ ଦାସ, ଅଭିସେକ,ଅଙ୍ଗଦ ରାୟ ,ଅତିସ ଅଗ୍ରୱାଲ,ରଜତ ଶର୍ମା ପ୍ରମୁଖ ସହଯୋଗ କରିଥିଲେ l #kuchindatvlive #kuchinda #sambalpur #odishanews #dussehra #hinduism