ପ୍ରବଳ ବର୍ଷା ମଧ୍ୟରେ ବିଳମ୍ବିତ ରାତିରେ ସୁକମା ଛକ ପରିଦର୍ଶନ କଲେ ଜିଲ୍ଲାପାଳ
ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ପ୍ରବଳ ବର୍ଷା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀକାଳୀନ ବ୍ୟବସ୍ଥାର ତଦାରଖ ପାଇଁ ବିଳମ୍ବିତ ରାତିରେ ସୁକମା ଛକ ପରିଦର୍ଶନ କରିଥିଲେ ଜିଲ୍ଲାପାଳ। ଏହି ସମୟରେ ମାଲକାନଗିରି ଏସପି ଓ ସବ୍-କଲେକ୍ଟର ମଧ୍ୟ ଉପସ୍ଥିତ ରହିଥିଲେ।
କ୍ଷେତ୍ର ପରିଦର୍ଶନ ସମୟରେ ଅଧିକାରୀମାନେ ବର୍ଷାଜନିତ ସ୍ଥିତି, ଯାତାୟାତ ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଯାଞ୍ଚ କରିଥିଲେ। ପ୍ରବଳ ବର୍ଷା ସମୟରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସ୍ଥିତି ଉପରେ ନଜର ରଖାଯାଇଥିଲା।