ଘସିପୁରା: ୧୩ଦଫା ଦାବିରେ ସୁଆଁପଦା ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଧାରଣା
ରାଜ୍ୟ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘର ଆହ୍ବାନକ୍ରମେ ସାରା ରାଜ୍ୟରେ ତେର ଦଫା ଦାବି ନେଇ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ କଳାବ୍ୟାଜ ପରିଧାନକରି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଅନୁରୂପ ଭାବରେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସୁଆଁପଦା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସଂଘର ନିଷ୍ପରିକ୍ରମେ କଳାବ୍ୟାଜ ପରିଧାନ କରି ଧାରଣା ରେ ବସିଛନ୍ତି ।