ବୋରିଗୁମ୍ମା - ୫ଟି ମନ୍ଦିରରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପୁଣି ଥରେ ବୋରିଗୁମ୍ମା ପୂଜାରିପୁଟ ଗାଁର ଚନ୍ଦନ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ବଡ଼ ଧରଣର ଲୁଟ ହୋଇଛି।ସୂଚନା ଅନୁଯାୟୀ ଗତ ବିଳମ୍ୱିତ ରାତିରେ ଜଗନ୍ନାଥ ମନ୍ଦିର ସହ ପାର୍ଶ୍ଵ ମନ୍ଦିର ଲକ୍ଷ୍ମୀ, ବିମଳା,ଗଣେଶ ମନ୍ଦିର ରେ ସୁନା ରୁପା ଅଳଙ୍କାର ସହ ହୁଣ୍ଡିରେ ଥିବା ଲକ୍ଷାଧିକ ଟଙ୍କା ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି।ଏମିତିକି ଲକ୍ଷ୍ମୀ ଠାକୁରାଣୀଙ୍କ ସୁନା ଅଳଙ୍କାର ସହ ନାଥ ଜଗନ୍ନାଥଙ୍କ ମୁକୁଟ ଭଳି ଅନେକ ଅଳଙ୍କାର ଲୁଟି ନେଇଛନ୍ତି। Part 4