ଆସନ୍ତା ଜୁଲାଇ ୧୬ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ପୁରୀସ୍ଥିତ ଟାଉନ୍ହଲ୍ ପରିସରରେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି ।
ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ 8ଟି ସ୍ଥାନରେ ନୂତନ ପାର୍କିଂସ୍ଥଳ ପ୍ରସ୍ତୁତ କରାଯାଇଛି। ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ଭକ୍ତଙ୍କ ପ୍ରତି ସହନଶୀଳ ମନୋଭାବ ପ୍ରଦର୍ଶନ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି । ଉତ୍ତରା ଛକରୁ ଆରମ୍ଭ କରି ପୁରୀ ,ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।
ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର୍. ପି. କୋଚେ ଟ୍ରାଫିକ୍ ନିୟନ୍ତ୍ରଣ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗମନାଗମନ, ଭିଡ଼ ନିୟନ୍ତ୍ରଣ ଏବଂ କର୍ଡନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀମାନଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ କର୍ମଚାରୀଙ୍କୁ ସେବା ମନୋବୃତ୍ତି ନେଇ କାର୍ଯ୍ୟ ସମ୍ପାଦନ କରିବା ସହ ଭକ୍ତମାନଙ୍କ ପ୍ରତି ସୌହାର୍ଦ୍ୟପୂର୍ଣ୍ଣ, ଭଦ୍ର ବ୍ୟବହାର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟର ନିଷ୍ଠାପୂର୍ଣ୍ଣ ସମ୍ପାଦନକୁ ସର୍ବୋଚ୍ଚ ଦାୟିତ୍ୱ ଭାବେ ଗ୍ରହଣ କରିବା ସହ କୌଣସି ପରିସ୍ଥିତିରେ ମଧ୍ୟ ନିଜ ନିର୍ଦ୍ଧାରିତ ଡ୍ୟୁଟି ସ୍ଥଳ (Duty Spot) ଛାଡ଼ି ନଯିବାକୁ ସେ ଗୁରୁତ୍ୱାରୋପ କରିଛ
Raurkela M, Sundargarh | Jul 12, 2026