କୋରାପୁଟ ସହର: ଚନ୍ଦ୍ର ଗ୍ରହଣ ସମୟରେ ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଟାଙ୍କେଲ ଗ୍ରାମ ପୋଖରୀ ତୁଠରେ ଚାଲିଛି ରୋଗୀ ସେବା
ଚିକିତ୍ସାର ଆସ୍ଥା ପାଲଟିଛି ଚନ୍ଦ୍ର ଗ୍ରହଣ । ଆଜି ଚନ୍ଦ୍ର ଗ୍ରହଣ। ଲୋକେ ବାହାରକୁ ନଯାଇ ଘର ଭିତରେ ପରିଜନଙ୍କ ଗହଣରେ ରହି ଗ୍ରହଣ ବିଧି ପାଳନ କରୁଛନ୍ତି। କିନ୍ତୁ ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଟାଙ୍କେଲ ଗ୍ରାମ ପୋଖରୀ ନିକଟରେ ରାତି ୧୧ ସମୟରେ ପୋଖରୀ କୂଳେ ଲୋକଙ୍କ ଭିଡ ଜମି ଥିବା ଦେଖିବାକୁ ମିଳିଛି। ଗ୍ରହଣ ତିଥିର ଓ ବେଳାର ସଦୁପୋଯୋଗ କରି ଜଣେ ଚେରମୂଳି ବିଶାରଦ ତ୍ରିନାଥ ପୂଜାରୀ ଓ ଅନନ୍ତ ଖରା ମିଳିତ ହୋଇ ଲୋକଙ୍କୁ ବିଭିନ୍ନ ରୋଗ ପାଇଁ ଔଷଧ ଦେଉଥିବା ଦେଖିବାକୁ ମିଳିଛି। ଲୋକେ ତାଙ୍କଠାରୁ ପତ୍ର ଠୋଲାରେ ଔଷଧ ନେଇ ନିକଟରେ ଥିବା ପୋଖରୀରେ ଗାଧୋଇ ସେବନ କରୁଛନ୍ତି।