ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଗୃହ ସମ୍ପର୍କ ଅଭିଯାନର ସମୀକ୍ଷା ବୈଠକ ସହିତ ଆଗାମୀ ହିନ୍ଦୁ ସମ୍ମିଳନୀର ଯୋଜନା ବୈଠକ ଆଜି ଅମ୍ବାଭୋନା କେଦାରନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଆରଏସଏସ ବରଗଡ ଜିଲ୍ଲା କାର୍ଯ୍ୟବାହ ଶ୍ରୀ ତାରାଚନ କଣ୍ଟା ଓ ଅମ୍ବାଭୋନା ଖଣ୍ଡ କାର୍ଯ୍ୟବାହ ତ୍ରିନାଥ ଭୋଇ ଯୋଗଦେଇ ସ୍ୱୟଂ ସେବକମାନଙ୍କୁ ସଂଘର ଆଦର୍ଶ, ଲକ୍ଷ୍ୟ ଓ ଦାୟିତ୍ୱ ବିଷୟରେ ଦିଗଦର୍ଶନ ଦେଇଥିଲେ। ଏହି ବୈଠକ ଆଜି 11 AM ରେ ଅନୁଷ୍ଠିତ ହୋଇଥିଲା