#କାର୍ତ୍ତିକ_ପୂର୍ଣ୍ଣିମା_ଅବସରରେ_ଡ଼ଙ୍ଗା_ଭସାଇବା_ଶ୍ରଦ୍ଧାଳୁ_ଙ୍କ_ଭିଡ଼
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଉତ୍କଳୀୟ ପରମ୍ପରା ଅନୁଯାୟୀ ଏହି ଦିନରେ ବୋଇତ ବନ୍ଦାଣ କରାଯାଇଥାଏ । ଏଥିପାଇଁ ଯାଜପୁର ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀ ର ଦଶାଶ୍ୱମେଧ ଘାଟ ରେ ବୋଇତ ବନ୍ଦାଣ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗି ରହିଛି । ଶ୍ରଦ୍ଧାଳୁ ମାନେ ମଧ୍ୟରାତ୍ରିରୁ ଉଠି ବୈତରଣୀ ନଦୀରେ ସ୍ନାନ କରି ଡ଼ଙ୍ଗା ଭସାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସମେତ ବିଭିନ୍ନ ଦେବା ଦେବୀଙ୍କୁ ଦର୍ଶନ କରିଛନ୍ତି । ଅନ୍ୟପଟେ ଘାଟକୁ ଆସୁଥିବା ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଭାବେ ଡ଼ଙ୍ଗା ଭସାଇ ଯିବେ ସେଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି। ଶାନ୍ତିଶୁଙ୍ଖଳା ରକ୍ଷା ସହ ଟ୍ରାଫିକ କଣ୍ଟ୍ରୋଲ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ ଘାଟ ନିକଟ ରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନିଶମ କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି
#KartikPurnima #lntvnetwork #JajpurNews #jajpurkhabar #Aeiodisha #facebookviral #foryouシ
Bhubaneswar M Corp, Khordha | Nov 24, 2026