ଗୁରୁବାର ଅପରାହ୍ନରେ କଟକ ମହାନଗର ନିଗମ ପକ୍ଷ ରୁ ସ୍ୱାୟତ୍ତ ଶାସନ ଦିବସ ଅବସର ରେ ଟାଉନ୍ ହଲ୍ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥରେ ମେୟର ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସିଏମସି ର ଉପ ଆୟୁକ୍ତ , ବହୁ କର୍ପୋରେଟର, ଅଧିକାରୀ ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ ।