କର୍ତ୍ତବ୍ୟ ଓ ସେବାର ଅନ୍ୟନାମ — ଦହମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀବୃନ୍ଦ! 🩺🛶
ଜନସେବା ପାଇଁ ସବୁକିଛି ବଳିଦାନ ଦେବାର ମନୋଭାବ ରଖିଥିବା କିଛି ସଚ୍ଚୋଟ କର୍ମଚାରୀଙ୍କ ପାଇଁ ଆଜି ଦହମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଗର୍ବିତ।
✨ କିଛି ସ୍ୱତନ୍ତ୍ରତା:
ଦିନରାତିର ସେବା: ସମୟ କିମ୍ବା ପରିସ୍ଥିତିକୁ ଭୃକ୍ଷେପ ନକରି ଦିନରାତି ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି ଏହି କର୍ମଚାରୀମାନେ।
ଜଳପଥରେ ଡ଼ଙ୍ଗା ଯାତ୍ରା: ରାସ୍ତାଘାଟର ଅସୁବିଧାକୁ ଅତିକ୍ରମ କରି, ଡ଼ଙ୍ଗା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ପ୍ରତିଟି ଘରେ ପହଞ୍ଚୁଛନ୍ତି।
ଘରମୁହାଁ ସ୍ୱାସ୍ଥ୍ୟ ସେବା: ରୋଗୀଙ୍କ ପାଖକୁ ଡାକ୍ତରଖାନା ଯିବା ବଦଳରେ, ଡାକ୍ତରଖାନାର କର୍ମଚାରୀମାନେ ନିଜେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚି ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି।
ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏମାନଙ୍କର ଏହି ନିଷ୍ଠାପର ପ୍ରୟାସ ଓ କଠିନ ପରିଶ୍ରମ ପ୍ରକୃତରେ ପ୍ରଶଂସନୀୟ। ସମସ୍ତ କର୍ମଚାରୀଙ୍କୁ ଆମର ଅେଷଷ ଧନ୍ୟବାଦ ଓ ସାଧୁବାଦ! 🙏
ଖାଲି ସେତିକି ନୁହେଁ ଆମ ପ୍ରିୟ ବଡ଼ ଭାଇ ଲୁଲୁ ଭାଇ ଏଭଳି ସେବା ଆମ ବନ୍ୟା ବିପନ୍ନ କେବେବି ଭୁଲି ପାରିବେନି
#DahamundaHealthCentre #Healthcare eroes #JanaSeta #DedicatedWorkers #BhogaraiHealth #PublicService