🚨 ସଦର ଥାନା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା!
ଅଜଣା ଗାଡ଼ି ଚଢ଼ିଯିବାରୁ ସାଇକେଲ ଆରୋହୀ ମୃତ
ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ମଧ୍ୟରାତ୍ରିରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରାଜ୍ୟ ରାଜପଥ-୧୦ର ରସରାଜପୁର-ଚେରମା ନିକଟରେ ଜଣେ ସାଇକେଲ ଆରୋହୀଙ୍କ ଉପରେ ଅଜଣା ଗାଡ଼ି ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକଙ୍କ ଦେହ ଅତ୍ୟନ୍ତ କ୍ଷତବିକ୍ଷତ ହୋଇଯାଇଛି। ଘଟଣାଟି ମଧ୍ୟରାତ୍ରି ସମୟରେ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି।
ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଏବଂ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
#Sundargarh #SundargarhNews #RoadAccident #SadarPolice #OdishaNews #BreakingNews #RoadSafety #AccidentNews
Sundargarh, Sundargarh | Sep 10, 2026