#ଜିଲ୍ଲା_ସ୍ତରୀୟ_ବିକାଶର_ଧାରା_ଓଡ଼ିଶା_ସାରା_ସମ୍ମିଳନୀ_ଉଦଯାପିତ
ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ "ବିକାଶର ଧାରା, ଓଡ଼ିଶା ସାରା" ସମ୍ମିଳନୀ ଉଦଯାପିତ ହୋଇଛି। ଉଦଯାପନି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ବିକାଶର ରିପୋର୍ଟ ପ୍ରଦାନ କରିବା ସହ ୨୦୩୬ ସୁଦ୍ଧା ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି ବୋଲି ମତପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗ ଦେଇ ଗତ ଦୁଇ ବର୍ଷରେ ସରକାରଙ୍କ ସୁଭଦ୍ରା ଶକ୍ତି, ଅନ୍ତ୍ୟୋଦୟ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲକ୍ଷପତି ଦିଦି ଯୋଜନା, ଆୟୁଷ୍ମାନ ଭାରତ ଆଦି ଯୋଜନା ଭଳି ଅନେକ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସର ରେ ଜିଲ୍ଲାପାଳ ଅମ୍ବର କୁମାର କର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି ଓ ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଯୋଗ ଦେଇ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ। ଏହି ଅବସର ରେ ଅନ୍ୱେଷଣ ଥିଏଟର ପକ୍ଷରୁ ସରକାରଙ୍କ ଯୋଜନା ସମ୍ବନ୍ଧୀୟ ଏକ ଆକର୍ଷଣୀୟ ନାଟକ ଏବଂ କଳାକାରମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
#lntvnetwork #JajpurNews #jajpurkhabar #Aeiodisha