#ଇଦ_ମିଲାଦୁନ_ନବି_ଉତ୍ସବରେ_୨୪ଟି_କମିଟି_ପକ୍ଷରୁ_ସୁସଜ୍ଜିତ_ଜୁଲୁସ
ଯାଜପୁର ସହରରେ ପ୍ରଫେଟ ମହମ୍ମଦଙ୍କ ୧୫୦୧ତମ ଜନ୍ମବାର୍ଷିକ ଅବସରରେ ଇଦ ମିଲାଦୁନ ନବି ଉତ୍ସବ ମହାସମାରୋହରେ ପାଳିନ କରାଯାଇଛି। ଚଳିତ ବର୍ଷ ଏହି ଉତ୍ସବ ପାଇଁ ମୁସଲମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସହରର ୨୪ଟି କମିଟି ପକ୍ଷରୁ ସୁସଜ୍ଜିତ ଜୁଲୁସ କୁସୁମା ନିକଟରୁ ବାହାରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା। ଏଥିରେ ସମାଜସେବି କର୍ଣାଟ କେଶରୀ ଦାସ, ଯାଜପୁର ପୌରପାଳିକାର ପୋୖରାଧକ୍ଷ ରଞ୍ଜୁଲତା ହୋତା, ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଯୁବ ନେତା ଭଵ ପ୍ରସାଦ ଦାସଙ୍କ ସମେତ ଯାଜପୁର ପୌରପାଳିକାର ପାରିଷଦ ମାନେ ଉପସ୍ଥିତ ରହି ମୁସଲମାନ ଭାଇ ମାନଙ୍କୁ ଶୁଭେଛା ଜଣାଇଥିଲେ। ଏହି ଶୋଭାଯାତ୍ରାକୁ ଶାନ୍ତି ଶ୍ରୁଙ୍ଖଳା ଭାବେ ସମାପନ କରିବା ପାଇଁ ଯାଜପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଥିଲା । ଏହି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଦେଖିବା ପାଇଁ ସହରବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ଯାଜପୁର ମୁସଲିମ ୟୁଥ କ୍ଲବ ପକ୍ଷରୁ ସେକ ଅବଦୁଲ ସାଜିଦ, ସେକ ସାହାଜୁଦ୍ଦିନ, ସେକ ମୁର୍ତ୍ତାଜା, ଏସ କେ ଅନୱର ଅଲି, ସେକ ଜୁମନ, ସେକ ରମଜାନ, ସେକ ସରଫରାଜ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
#lntvnetwork #jajpurnews #jajpurkhabar #Aeiodisha
Bhubaneswar M Corp, Khordha | Aug 27, 2026