#ମହମ୍ମଦ_ଜୟନ୍ତୀରେ_କୁଇଜ୍_ପ୍ରତିଯୋଗିତା
ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ତାରାମଦନ ଗ୍ରାମରେ ମହମ୍ମଦ ଜୟନ୍ତୀ ପାଳନ ଅବସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ତିନି ବର୍ଷ ଧରି ଏହି ପ୍ରତିଯୋଗିତା ଆୟୋଜିତ ହୋଇଆସୁଥିବା ବେଳେ ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମୌଲାନାଙ୍କ ସହ ହିନ୍ଦୁ ସମ୍ପ୍ରଦାୟର ସମାଜସେବୀ ଗାନ୍ଧିବାଧି ନିଶିଥ ଦାସ ଅତିଥି ଭାବେ ଯୋଗଦେଇ ସାମ୍ପ୍ରଦାୟିକ ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ମହାପୁରୁଷ ହଜରତ ମହମ୍ମଦ ମୁସ୍ତଫାଙ୍କ ଜୀବନ ଆଦର୍ଶ ମାନବିକତା ଓ ଶାନ୍ତିର ବାର୍ତ୍ତାକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗତ ତିନି ବର୍ଷ ଧରି ଏହି କାର୍ଯ୍ୟକ୍ରମ ନିୟମିତ ଭାବେ ଅନୁଷ୍ଠିତ ହୋଇଆସୁଛି। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ନିଜ ଜ୍ଞାନର ପରିଚୟ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ଶିକ୍ଷା, ସଦ୍ଭାବନା ଓ ସାମାଜିକ ଏକତା ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
#lntvnetwork #JajpurNews #jajpurkhabar #Aeiodisha