ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନାଗେନା ଅନନ୍ତ କ୍ରୃପା ଆଶ୍ରମ ଠାରେ ଆଜି ତା୨୬।୧୧।୨୫ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଆଶ୍ରମ ପ୍ରତିଷ୍ଠାତା ବ୍ରୃନ୍ଦାବନ ଦାସ ମହାରାଜଙ୍କ ଦଶମତମ ଶୁଭ ପୂଣ୍ୟ ତିଥି ଅବସରରେ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ମହିଳା ନିକଟସ୍ଥ ପୁଷ୍କରିଣୀ ରୁ ଜଳକଳସ ଆଣି ଯଜ୍ଞି ସ୍ଥଳରେ ସ୍ଥାପନ କରିଥିଲେ। ଏହି ଅବସରରେ ପ୍ରତ୍ୟହ ଶ୍ରୀରାମ ଚରିତ ମାନସ ପାରାୟଣ, ଜ୍ଞାନ ଯଜ୍ଞ,ଘ୍ରୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହେବ ।