କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡାରେ ଯୁବ ବିଜେଡି ପକ୍ଷରୁ ସମ୍ବିଧାନ ଦିବସ ପାଳିତ
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଆମ୍ବେଦକର ଛକଠାରେ ଯୁବ ବିଜେଡି ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସମ୍ବିଧାନର ମୂଳମନ୍ତ୍ର ଉପରେ ଆଲୋଚନା ହୋଇଥିଲା।