ପାରଳାଖେମୁଣ୍ଡି: ଗଜପତିରେ ବାତ୍ୟା ପ୍ରଭାବିତ ପଶୁଙ୍କ ପାଇଁ ଭ୍ରାମ୍ୟମାଣ ଚିକିତ୍ସା ଶିବିର
ବାତ୍ୟା ଅର୍ଣ୍ଣବ ପରେ ଗଜପତି ଜିଲ୍ଲାରେ ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ଲକରେ ଭ୍ରାମ୍ୟମାଣ ପଶୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ପଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଉଛି।