SMS News Bureau Rourkela
ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ର ସାଧାରଣ ସଭା, ଶ୍ରମ କୋର୍ଡ ବିରୁଦ୍ଧ ରେ ଆନ୍ଦୋଳନ ଡାକରା, ଅଳି କିଶୋର ପଟ୍ଟନାୟକ ୟୁନିୟନର ନୂତନ ସଭାପତି ନିର୍ବାଚିତ।
ରାଉରକେଲା/ବେଦବ୍ୟାସ ଆଜି ତା ୨୩/୧୧/୨୦୨୬, ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନ ର ସାଧାରଣ ସଭା ବେଦବ୍ୟାସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ସଙ୍ଗଠନର କାର୍ଯ୍ୟକାରୀ ସଭାପତି ଅଜିତ କୁମାର ଦାସ ସଭାପତିତ୍ବ କରିଥିଲେ। ଉକ୍ତ ସାଧାରଣ ସଭାରେ ସଙ୍ଗଠନ ର ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ, ସିଆଇଟିୟୁ ରାଜ୍ୟ ଉପ ସଭାପତି ପ୍ରମୋଦ ସାମଲ, ରାଜ୍ୟ କମିଟି ସଦସ୍ୟା ତାଜମୁନ ନେହାର, କୋଷାଧ୍ୟକ୍ଷ ସିଡିଓ ମୁଣ୍ଡା ପ୍ରମୁଖ ଯୋଗ ଦେଇ ନରେନ୍ଦ୍ର ମୋଦୀଙ୍କ ଶ୍ରମିକ ବିରୋଧୀ ନୀତିକୁ କଡା ସମାଲୋଚନା କରିଥିଲେ। ପ୍ରକାଶ ଯୋଗ୍ୟ ଆମ ଦେଶ ସ୍ବାଧୀନ୍ ପୂର୍ବ ରୁ ପରେ ଶ୍ରମିକ ମାନଙ୍କ ର ଯେତେ ଗୁଡିଏ ଶ୍ରମ ଆଇନ ଥିଲା ତାକୁ କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାର ଗତ ୨୦୧୯-୨୦୨୦ ବର୍ଷ ରେ ବିନା ପାର୍ଲିଆମେଣ୍ଟ ରେ ଆଲୋଚନା କରି ଶ୍ରମିକ ମାନଙ୍କ ର କଷ୍ଟ ଅର୍ଜିତ ସମସ୍ତ ୪୪ ଟି ଶ୍ରମ ଆଇନ କୁ ଉଛେଦ କରି ୪ଟି ଶ୍ରମ କୋର୍ଡ ର ଆଇନ ଆଣିଲେ । ଏବଂ ଗତ ସେପ୍ଟେମ୍ବର ୨୦୨୫ ରେ ଏହାକୁ ଦେଶରେ ଲାଗୁ କରେଇବା ପାଇଁ ଘୋଷଣା କଲେ । ଯାହାକୁ କେତେକ ରାଜ୍ୟରେ ଲାଗୁ କରେଇବା ପାଇଁ ରୁଲସ୍ କରାଗଲା, ଏହାକୁ ବିରୋଧ କରି ବିଭିନ୍ନ ସ୍ଥାନ ରେ ଶ୍ରମିକ ଧର୍ମଘଟ କରାଯାଇ ରୋକାଯାଇଛି । ଆମ ରାଜ୍ୟରେ ଏହାକୁ ଲାଗୁ କରେଇବା ପାଇଁ ରାଜ୍ୟ ବିଜେପି ସରକାର ଘୋଷଣା କରିଛନ୍ତି, ଏହା ଲାଗୁ ହେଲେ ଶ୍ରମିକ ମାନେ ଶ୍ରମିକ ମାନେ ତାଙ୍କର ସମସ୍ତ ନ୍ୟାୟଚିତ ଅଧିକାର ହରାଇବେ। ୮ ଘଣ୍ଟା ସ୍ଥାନ ରେ ୧୨ ଘଣ୍ଟା କାମ, ମହିଳା ଶ୍ରମିକ ମାନଙ୍କର ରାତ୍ର କାଳୀନ କାମ, କାମ ର ଗ୍ୟାରେଣ୍ଟି ରହିବ ନାହଁ । ତେଣୁ ରାଜ୍ୟସରକାର ଯଦି ଏପରି ପଦକ୍ଷେପ ନିଅନ୍ତି ତେବେ ଆଇଏଫଜିଏଲ ରିଫ୍ରାଟୋରିଜ ଲିମିଟେଡ ରେ ଶ୍ରମିକ ମାନେ ବ୍ୟାପକ ଆନ୍ଦୋଳନ କରି କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସାଧାରଣ ସମ୍ପାଦକ ଜାହାଙ୍ଗୀର ଅଲ୍ଲୀ ଚେତାବନୀ ଦେଉଛନ୍ତି । ସାଧାରଣ ସଭାରେ ସଙ୍ଗଠନ ର ସଭାପତି ନିର୍ବାଚିତ କରାଯାଇଥିଲା । ପୂର୍ବ ରୁ ସଙ୍ଗଠନ ର ସଭାପତି ଭାବରେ ଦିବଙ୍ଗତ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ଥିଲେ ତାଙ୍କର ଦେହାନ୍ତ ପରେ ଆଜି ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ଅଳି କିଶୋର ପଟ୍ଟନାୟକ ଙ୍କୁ ସର୍ବ ସମ୍ମତି କ୍ରମେ ଆଇଏଫଜିଏଲ ରିଫ୍ରାଟୋରିଜ ଓର୍କସ ୟୁନିୟନର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ସାଧାରଣ ସଭାକୁ ଶ୍ରମିକ ନେତା ସୁଜିତ ସାମଲ, ସୁକାନ୍ତ ବିଶ୍ବାଳ, ବି ଏସ ବେହେରା, ସୁବୋଧ ଦାଶ, କାବୁ ଓଝା ଓ ମୋହନ ବିଶ୍ବାଳ ପ୍ରମୁଖ ନେତୃତ୍ବ ନେଇଥିଲେ।
Sundargarh Town, Sundargarh | Nov 23, 2026