ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆନ୍ତଃଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଦଶମ ଶ୍ରେଣୀ 'A' ବିଭାଗ ଚାମ୍ପିଅନ୍, ନବମ ଶ୍ରେଣୀ 'A' ବିଭାଗ ରନର୍ସଅପ୍
ପାଇକମାଳ, ୨୩/୧୧: ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକମାଳ ପରିସରରେ ସୋମବାର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ଦଳଗତ ସହଯୋଗର ଭାବନା ବୃଦ୍ଧି ଉଦ୍ଦେଶ୍ୟରେ ଏକ ଆନ୍ତଃଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସରୋଜ କୁମାର ଭୋଇ ଯୋଗଦେଇଥିଲେ।
ଟୁର୍ଣ୍ଣାମେଣ୍ଟର ଖେଳ ପରିଚାଳନା ଅମିତ ସାହୁ ଓ ରଜତ କୁମାର ସାହୁ କରିଥିବାବେଳେ ଦୟାନିଧି ସାହୁ, ସୁଦାମ ପାଣ୍ଡେ ଓ ଯଶୋବନ୍ତ ସାହା ସହଯୋଗ କରିଥିଲେ।
ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ନବମ ଶ୍ରେଣୀ 'A' ବିଭାଗ ଓ ଦଶମ ଶ୍ରେଣୀ 'A' ବିଭାଗ ମଧ୍ୟରେ ଖେଳାଯାଇଥିଲା। ରୋମାଞ୍ଚକର ମୁକାବିଲାରେ ଦଶମ ଶ୍ରେଣୀ 'A' ବିଭାଗ ବିଜୟୀ ହୋଇ ଚାମ୍ପିଅନ୍ ଟ୍ରଫି ହାସଲ କରିଥିବାବେଳେ ନବମ ଶ୍ରେଣୀ 'A' ବିଭାଗ ରନର୍ସଅପ୍ ହୋଇଥିଲା। ଫାଇନାଲ ମ୍ୟାଚ୍ରେ ସୋଭିତ ସାହୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସୋଏଲ ଖାଁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ମନୋନୀତ ହୋଇଥିଲେ।
ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ସରୋଜ କୁମାର ଭୋଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିବା ସହ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ଶିକ୍ଷା ସହିତ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱ ରହିଥିବାରୁ ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା।
#PadampurTV #Bargarh #Odisha #SchoolSports #CricketTournament
Bargarh, Bargarh (Baragarh) | Nov 24, 2026