ବଲାଙ୍ଗୀର: ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷକ ପଞ୍ଜିକରଣ ସୁଦୃଢ କରଣ ପାଇଁ ସମୀକ୍ଷା ବୈଠକ
ଆଜି ଜିଲ୍ଲାପାଳ, ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇ ଥିଲା। ଏଥିରେ ଜିଲ୍ଲାର କୃଷକ ପଞ୍ଜିକରଣ ବ୍ୟବସ୍ଥାକୁ ଆଉ ସୁଦୃଢ ଓ ସୁବ୍ୟବସ୍ଥିତ କରିବା ପାଇଁ ବିସ୍ତୃତ ଆଲୋଚନା ହେଇଥିଲା। ଜିଲ୍ଲାପାଳ ମହୋଦୟ ସମସ୍ତ ଅଧିକାରୀଙ୍କୁ ପଞ୍ଜିକରଣ ପ୍ରକ୍ରିୟାରେ ପାରଦର୍ଶିତା, କୃଷକଙ୍କୁ ସହଜ ସେବା, ଏବଂ ତଥ୍ୟ ଯାଞ୍ଚରେ ତ୍ୱରିତ କାର୍ଯ୍ୟସଂପାଦନ ନିଶ୍ଚିତ କରିବାକୁ ନିଦେଶ ଦେଲେ। ସମୀକ୍ଷା ବୈଠକରେ ବନଖଣ୍ଡ, କୃଷି ଓ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ