ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ଠାରେ ଆଜି ତା ୨୧।୧୨।୨୫ ରିଖ ପୂର୍ବାହ୍ନ ୧୧ଘଣ୍ଟା ସମୟରେ ମହିମା ସାହିତ୍ୟ ସଂସଦ ଗଠିତ ହୋଇଛି। ମୂଖ୍ୟ ଅତିଥି ଭାବେ ବକ୍କଳଧାରୀ ମହିମାସମାଜ ସଭାପତି ନିତ୍ୟାନନ୍ଦ ବାବା ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ରବିନାରାୟଣ ରାଉଳ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ମଙ୍ଗୁଳି ଚରଣ ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୈ।ପୀନଧାରୀ ମହିମାସମାଜ ସଂପାଦକ ସୁଶାନ୍ତ ବାବା, କବି ବିରଞ୍ଚି ନାରାୟଣ ହୋତା ପ୍ରମୁଖ ଯୋଗଦେଇଥିଲେ।