ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟା ୩୦ ମିନିଟରେ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମରେ ବିଶ୍ୱସ୍ତରୀୟ ହକି ଖେଳରେ ବେଲଜିୟମ ସହ ଆରଜେଣ୍ଟିନାର ଖେଳ ଆରମ୍ଭହେଲା, ହକିଖେଳ ଦେଖିବାପାଇଁ ଲୋକମାନଙ୍କ ପ୍ରବଳ ଭିଡ଼ ହୋଇଥିଲା, ଲୋକମାନେ ନିଜ ନିଜର ଭଲ ଜାଗାରେ ସ୍ଥାନଟିଏ ପାଇବା ପାଇଁ ଅପରାହ୍ନ ୪ଟା ବେଳଠୁ ଷ୍ଟାଡିଅମକୁ ପ୍ରବେଶ ଆରମ୍ଭ କରି ଦେଇଥିଲା, ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପ୍ରବଳ ପୋଲିସ ମୁତୟନ ହୋଇଥିଲେ, ଷ୍ଟାଡିୟମ ଭିତରକୁ ପାଣି ବୋତଲଠୁ ଧରି କୌଣସି ଖାଦ୍ୟପେୟ ଇତ୍ୟାଦି ନେବା ବାରଣ ଥିଲା, ଷ୍ଟାଡିୟମ ଭିତରେ ୨୦ ଟଙ୍କାର ପପକର୍ଣ ୭୦ ଟଙ୍କାରେ ବିକ୍ରୀ ଵା ଦେଖାଯାଇଥିଲା