ସୋସୋ ଥାନା ମୌଦା ଗ୍ରାମରେ ଗତକାଲି ରାତିରେ ବଡ ଧରଣର ଲୁଟ ହୋଇଛି। ଶ୍ୟାମ ସୁନ୍ଦର ପାଣିଗ୍ରାହୀଙ୍କ ଘରେ କେହି ରହିନଥିବା ସୁଯୋଗରେ ଦୁର୍ବୁତ୍ତ ମାନେ ଗ୍ରିଲ ତାଲା ଭାଙ୍ଗି ଘର ଭିତରୁ ୫ ଭରି ରୁ ଉର୍ଦ୍ଧ ସୁନା ଗହଣା ଓ ନଗଦ ୫ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି। ଆଜି ସକାଳୁ ଶ୍ୟାମ ସୁନ୍ଦରଙ୍କ ପୁଅ ସୁବ୍ରତ ଘରକୁ ଫେରିବା ପରେ ଲୁଟ ସମ୍ପର୍କରେ ଜାଣିବା ପରେ ସୋସୋ ଥାନାରେ ଅଭିଯୋଗ କରିବା ପରେ ସୋସୋ ପୋଲିସ ଅପରାହ୍ନ ୩ଟାରେ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।