ହୋମଗାର୍ଡ ଚାକିରୀ କରାଇ ଦେବା ନାଁରେ ଠକେଇ | ଆଶାୟୀଙ୍କ ଠାରୁ ଅଭିଯୁକ୍ତ ଜଣକ ଫୋନ ପେ ମାଧ୍ୟମରେ ଟଙ୍କା ନେଇ ଠକେଇ କରିଛନ୍ତି | ଅଭିଯୋଗ ପରେ ଧନୁପାଲି ପୋଲିସ ଅଭିଯୁକ୍ତ ଦିଲ୍ଲୀପ ସାହୁକୁ ପୋଲିସ ଗିରଫ କରିଛି | ଅଭିଯୁକ୍ତ ଜଣକ 8 ଲକ୍ଷ 26 ହଜାର ଟଙ୍କା ନେଇଥିବା ଜଣା ପଡିଛି | ଦିଲ୍ଲୀପ ଜୁଯୁମୁରା, ପଡ଼ିଆବାହାଲ ପରି ଗ୍ରାମାଞ୍ଚଳ ଅଂଚଳରୁ ଏହି ସବୁ ଟଙ୍କା ନେଇଛି |